ବାଲି ମାଫିଆଙ୍କ ବିରୋଧରେ ପୁରୀ ଖଣି ଅଧିକାରୀ

WhatsApp Image 2026-06-20 at 1.16.21 PM

ପୁରୀ: ପୁରୀ ଇତିହାସରେ ସବୁଠାରୁ ବଡ଼ ଚଢ଼ଉ। ବାଲି ମାଫିଆଙ୍କ ବିରୋଧରେ ପୁରୀ ଖଣି ଅଧିକାରୀ ଓ ସ୍ପେଶାଲ ସ୍କ୍ୱାଡ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ।

୧୦ଜଣଙ୍କୁ ଅଟକ ରଖିଛି ବଳଙ୍ଗା ଥାନା ପୁଲିସ
ବଳଙ୍ଗା ଭାର୍ଗବୀ ନଦୀ ତେରହଳଠାରେ ବେଆଇନ ବାଲି ଘାଟ ଉପରେ ଗତ ବିଳମ୍ବିତ ରାତିରେ ଚଢ଼ଉ କରି ୧୮ଟି ବାଲି ବୋଝେଇ ହାଇୱା ଓ ୨ ଟି ଜେସିବି ମେସିନ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୧୦ଜଣଙ୍କୁ ଅଟକ ରଖିଛି ବଳଙ୍ଗା ଥାନା ପୁଲିସ। କିଛି ଦିନ ହେବ ଏହି ବେଆଇନ ବାଲି ଘାଟ ଚାଲୁଥିଲା। ମାଫିଆମାନେ ବୋମା ପକାଇ, ଗ୍ରାମବାସୀଙ୍କୁ ଭୟଭୀତ କରାଇ ଏଇ ବେଆଇନ କାମ ଚଳାଇଥିଲେ।

About The Author