ରିଜର୍ଭ ବ୍ୟାଙ୍କ ଆଣିବ ପ୍ଲାଷ୍ଟିକ୍ ନୋଟ୍‌

rbi ind

ମୁମ୍ବାଇ: ଅଧିକାଂଶ ଲୋକ ଡିଜିଟାଲ୍‌ ପେମେଣ୍ଟ୍‌ ମାଧ୍ୟମକୁ ବ୍ୟବହାର କରୁଛନ୍ତି। ତଥାପି ଦେଶରେ ପ୍ରଚଳନରେ ଥିବା ମୁଦ୍ରା ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ଯେହେତୁ ଲୋକମାନେ ପ୍ରତ୍ୟକ୍ଷ ନୋଟ୍‌ ଅଭ୍ୟାସ ଛାଡ଼ି ପାରୁନାହାନ୍ତି, ତାହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ଲାଷ୍ଟିକ୍‌ ନୋଟ୍‌ ଆଣିବା ଉପରେ ବିଚାର କରୁଛି। ବିଗତ ଦିନରେ ପାଟ୍‌ନା ଓ ମୁମ୍ବାଇରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ଆଲୋଚନା କରାଯାଇଥିଲା। କାଗଜ ନୋଟ୍‌ ତୁଳନାରେ ପ୍ଲାଷ୍ଟିକ୍‌ କିମ୍ବା ପଲିମରରେ ପ୍ରସ୍ତୁତ ନୋଟ୍‌ର ଜୀବନ କାଳ ଅଧିକ। ତାହାର ଛପା ଖର୍ଚ୍ଚ ମଧ୍ୟ କମ୍‌।

About The Author