September 10, 2026

ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ

WhatsApp Image 2026-08-12 at 7.00.49 PM

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (ଦ୍ୱିତୀୟ)-୨୦୨୬ର ଫଳାଫଳ ବୁଧବାର ପ୍ରକାଶ ପାଇଛି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷାର ପାସ୍‌ ହାର ୬୩.୬୪ ପ୍ରତିଶତ ରହିଛି।

ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କେହି A1 ଗ୍ରେଡ୍‌ ପାଇନଥିବା ବେଳେ A2ରେ ୫ ଜଣ, B1ରେ ୧୨ ଜଣ, B2ରେ ୫୩ ଜଣ, Cରେ ୧୯୨ ଜଣ, Dରେ ୫୩୬ ଜଣ ଏବଂ E ଗ୍ରେଡ୍‌ରେ ୨,୫୯୩ ଜଣ ରହିଛନ୍ତି। ସେହିପରି ୨୭୫ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍‌ କରିଥିବା ବେଳେ ୨,୦୯୪ ଜଣ ଫେଲ୍‌ ହୋଇଛନ୍ତି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (ଦ୍ୱିତୀୟ)-୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାର ପାସ୍‌ ହାର ୬୨.୬୫ ପ୍ରତିଶତ ରହିଛି। ଏଥିରେ A1 ଗ୍ରେଡ୍‌ରେ କେହି ପାସ୍‌ କରିନଥିବା ବେଳେ A2ରେ ୧୦ ଜଣ, B1ରେ ୧୦୯ ଜଣ, B2ରେ ୪୦୧ ଜଣ, Cରେ ୮୬୮ ଜଣ, Dରେ ୧,୫୧୪ ଜଣ ଏବଂ E ଗ୍ରେଡ୍‌ରେ ୨,୫୪୮ ଜଣ ରହିଛନ୍ତି। ଏହି ପରୀକ୍ଷାରେ ମୋଟ ୩,୧୮୫ ଜଣ ଫେଲ୍‌ ହୋଇଛନ୍ତି।

About The Author