September 11, 2026

ଏକ ସପ୍ତାହ ଭିତରେ ଚମକିଛି ତାମିଲନାଡୁ ସରକାରଙ୍କ ସୋସିଆଲ ମିଡିଆ ପେଜ୍‌

WhatsApp Image 2026-05-10 at 1.37.42 PM

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ସୋସିଆଲ ମିଡିଆ ପେଜ୍‌ ମାତ୍ର ଏକ ସପ୍ତାହ ଭିତରେ ଚମକିଛି। ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୫ଗୁଣ ବଢ଼ିଛି। ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ପରିଲକ୍ଷିତ ହୋଇଛି। ବିଜୟଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ କେବଳ ଷ୍ଟାଡିୟମ କାନ୍ଥରେ ସୀମିତ ନଥିଲା। ଶପଥ ଗ୍ରହଣ ସମାରୋହ ସୋସିଆଲ ମିଡିଆରେ ମଧ୍ୟ ପ୍ରସାରିତ ହୋଇଥିଲା। ରାଜ୍ୟ ସରକାରଙ୍କ ସରକାରୀ ଆକାଉଣ୍ଟରେ ଅନୁଗାମୀ ଏବଂ ଭ୍ୟୁରେ ଅଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଅନୁଗାମୀଙ୍କ ସଂଖ୍ୟା ୪ଲକ୍ଷରୁ ୨୦ ଲକ୍ଷରୁ ଅଧିକ ହୋଇଛି। ସେହିପରି ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସମାନ ବୃଦ୍ଧି ଦେଖିବାକୁ ମିଳିଛି। ଏହା ୪ଲକ୍ଷରୁ ୨୦ଲକ୍ଷରୁ ଅଧିକ ଫଲୋୟର୍ସ ହୋଇଛନ୍ତି।

About The Author