September 9, 2026

‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି

WhatsApp Image 2026-08-08 at 4.16.41 PM

ଭୁବନେଶ୍ୱର, ୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ଓଡ଼ିଶାପୋଷ୍ଟ ଓ ଧରିତ୍ରୀର ସିଇଓ ଅଦ୍ୟାଶା ସତପଥୀ ପିଲାଙ୍କୁ ଉତ୍ସାହିତ କରି କହିଛନ୍ତି, ୨୦୧୬ରେ ଆରମ୍ଭ ହୋଇଥିବା ‘ଓଡ଼ିଶାପୋଷ୍ଟ ମେଟଲ ମିଟ’ ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରୁଛି। ସେ କହିଛନ୍ତି, ଗତ ଏକ ଦଶନ୍ଧି ଧରି ମେଟଲ ମିଟ କୁଇଜିଂ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କୁଇଜିଂର ଉତ୍ସାହ ଆଜି ମଧ୍ୟ ଜାରି ରହିଛି ଏବଂ ଏହି ଯାତ୍ରା ଦିନକୁ ଦିନ ଆହୁରି ସଫଳତାର ସହ ଆଗକୁ ବଢ଼ୁଥିବାରୁ ଆମେ ଗର୍ବିତ।

ସେ ଆହୁରି କହିଛନ୍ତି, ଆଜିର ପ୍ରଯୁକ୍ତନିର୍ଭର ଦୁନିଆରେ ମଧ୍ୟ ପ୍ରିଣ୍ଟ ମିଡିଆ ବଞ୍ଚି ରହିବ ଏବଂ ପ୍ରଯୁକ୍ତିର ସହାୟତାରେ ନିଜକୁ ଆହୁରି ବିକଶିତ କରିବ। ମେଟଲ ମିଟରେ ମଧ୍ୟ ଅନୁକୂଳନ ଓ ନୂତନତ୍ୱର ସେହି ଭାବନା ପ୍ରତିଫଳିତ ହେଉଛି। ଶ୍ରେଷ୍ଠ ଟିମ ବିଜୟୀ ହେଉ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁଇଜ ଉପଭୋଗ କରନ୍ତୁ।

About The Author