September 10, 2026

ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହୋଇଛି: ରଥାରୁଢ଼ ସୁନାବେଶ

rathajatra

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଶେଷ ହୋଇଛି। ଶନିବାର (୨୦୨୬ ଜୁଲାଇ ୨୫) ‘ସୁନାବେଶ’ର ଆୟୋଜନ ହେବ। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ୬ଥର ସୁନାବେଶ ହେଉଥିଲେ ମଧ୍ୟ ରଥ ଉପରେ ଆୟୋଜିତ ସୁନାବେଶ ଅଧିକ ଆକର୍ଷଣୀୟ। ରଥାରୁଢ଼ ସୁନାବେଶକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ଜଗତର ତ୍ରାଣ କର୍ତ୍ତା ତଥା ମର୍ତ୍ତ୍ୟବୈକୁଣ୍ଠର କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦର୍ଶନ ଦେବେ।

ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା କରିବେ କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡଗୋସାଇଁ। ଆତୁର ଭକ୍ତ ବି ମହାବାହୁଙ୍କ ଏହି ଅପୂର୍ବ ଲୀଳା ଓ ରୂପ ସଂଦର୍ଶନ କରି ଅଭିଭୂତ ହେବେ। ଏହି ଦିବ୍ୟଦର୍ଶନ ପାଇ କୋଟି ଜନ୍ମର ପୁଣ୍ୟ ଲାଭ କରିବାକୁ ଆଶା ରଖିଛନ୍ତି। ଏଥିପାଇଁ ରଥଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏଭଳି ଅପୂର୍ବ ସୁନାବେଶରେ ଦର୍ଶନ ପାଇବାକୁ ବ୍ୟାକୁଳ ହୋଇଛନ୍ତି।

About The Author