September 10, 2026

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ

WhatsApp Image 2026-08-09 at 6.13.01 PM

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି` ଏହା ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଯଶପ୍ରୀତ ବୁମ୍‌ରାଙ୍କ ପରେ ଏବେ ବ୍ୟାଟ୍‌ସମ୍ୟାନ ସାଇ ସୁଦର୍ଶନ ଆହତ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଗୋଡରେ ଆଘାତ ଲାଗି ସୁଦର୍ଶନ ବେଙ୍ଗାଲୁରୁସ୍ଥ ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍‌ସରେ ଚିକିତ୍ସିତ ହେଉଥିଲେ। ଶନିବାର ବିସିସିଆଇ ଡାକ୍ତରୀ ଦଳ ସୁଦର୍ଶନଙ୍କ ଫିଟ୍‌ନେସ ଯାଞ୍ଚ କରିଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଲାଗି ଆଉ କିଛି ଦିନ ଲାଗିବ ବୋଲି ଡାକ୍ତରୀ ଦଳ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପରେ ସୁଦର୍ଶନଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି। ସୁଦର୍ଶନ ଟେଷ୍ଟ ଶୃଙ୍ଖଳା ବେଳକୁ ସୁସ୍ଥ ହୋଇଯିବା ନେଇ ବିସିସିଆଇ ଆଶା ରଖିଥିଲା। ୧୫ରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ୨୪ ବର୍ଷ ବୟସ୍କ ବାମହାତୀ ବ୍ୟାଟ୍‌ସମ୍ୟ​‌ାନ ସୁଦର୍ଶନ ଶେଷ ଥର ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ସେ ଏପର୍ଯ୍ୟନ୍ତ ୭ଟି ଟେଷ୍ଟ ମ୍ୟାଚ୍‌ରୁ ୩୮୩ ରନ କରିଛନ୍ତି। ନିକଟରେ ଭାରତ ‘ଏ’ ଦଳ ପକ୍ଷରୁ ଶ୍ରୀଲଙ୍କା ‘ଏ’ ବିପକ୍ଷରେ ୪ଟି ମ୍ୟାଚ ଖେଳି ୨ଟି ଶତକ ସହ ୩୩୨ ରନ କରିଥିଲେ। ଏହି ଗସ୍ତ ସମୟରେ ସେ ଆଘାତପ୍ରାପ୍ତ ହୋଇଥିଲେ। ସୁଦର୍ଶନଙ୍କ ସ୍ଥାନରେ କାହାକୁ ଦଳରେ ସାମିଲ କରା ଯାଇନାହିଁ।

About The Author