September 10, 2026

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

body

ସୁନ୍ଦରଗଡ଼: ଆଜି ସକାଳୁ ଟାଉନଥାନା ରାଣୀବଗିଚାର ନିଜ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଶ୍ବଜିତ ନାଏକ (୨୯)। ବେକରେ ରଶି ଦେଇ ଝୁଲି ପଡ଼ିଥିବାରୁ ସେ ଆତ୍ମହତ୍ଯା କରିଥିବା କହାଯାଉଛି।

କାରଣ ଅସ୍ପଷ୍ଟ
ତେବେ ଏହା ପଛର କାରଣ ସ୍ପଷ୍ଟ ହୋଇ ନାହିଁ। ଟାଉନଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

About The Author