ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା
ବାଲିଅନ୍ତା: ଭୁବନେଶ୍ବର ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣା। ପୂର୍ବରୁ ୧୧ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଜି ପୁଲିସ୍ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଭାଇରାଲ ଭିଡିଓକୁ ଆଧାର କରି ପୁଲିସ୍ ବଣ୍ଟି ନାମକ ଯୁବକକୁ ଗିରଫ କରିଛି। ଅଭିଯୁକ୍ତକୁ ପୁଲିସ୍ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିଛି। ସେପଟେ ଘଟଣାରେ ତନାଘନା ଆରମ୍ଭ ହୋଇଛି। ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ,ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ଦୁଇଟି ଟିମ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛନ୍ତି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ବିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ତନାଘନା କରୁଛି।
