ହାଇଜମ୍ପ୍‌ ମାରିଲା ସୁନା ଦର।

WhatsApp Image 2026-05-13 at 12.43.00 PM

ନୂଆଦିଲ୍ଲୀ: ଆମଦାନୀ ଶୁଳ୍କ ବୃଦ୍ଧି ପରେ , ଆଜି୨୪ କ୍ୟାରେଟ୍‌ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନାଦର ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ଘଟି ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍ ସୁନା ଦର ୧୦ ହଜାର ୪୩୦ ଟଙ୍କା ବଢି ୧ ଲକ୍ଷ ୨୫ ହଜାର ୯୨୦ ଟଙ୍କା ହୋଇଛି ।

ସୁନା, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଆମଦାନୀ ଉପରେ ସୀମା ଶୁଳ୍କ ୬ରୁ ୧୫%କୁ ବୃଦ୍ଧି କରାଯାଇଛି। ବିଦେଶୀ କ୍ରୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସରକାର ସୁନା ଓ ରୂପା ଆମଦାନୀ ଉପରେ ୧୦% ମୌଳିକ କଷ୍ଟମ୍ସ ଡ୍ୟୁଟି ଲଗାଇଛନ୍ତି। ଯାହା ଫଳରେ ପ୍ରଭାବୀ ଆମଦାନି ଶୁଳ୍କ ୬% ରୁ ବଢ଼ି ୧୫% ହୋଇଛି । ସରକାର କେବଳ ଆମଦାନୀ ଶୁଳ୍କ ବଢାଇନାହାନ୍ତି ବରଂ ସୁନା ଓ ରୁପା ଆମଦାନୀ ଉପରେ ୫ ପ୍ରତିଶତ କୃଷି ଭିତ୍ତିଭୂମି ଓ ବିକାଶ ସେସ୍‌ ମଧ୍ୟ ଲାଗୁ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ମଧ୍ୟ ପଡିବ।

About The Author