ଗଛ ପଡି ରାସ୍ତା ବନ୍ଦ, ଯାତାୟତ ବାଧାପ୍ରାପ୍ତ

WhatsApp Image 2026-05-24 at 4.07.10 PM

କଳିଙ୍ଗନଗର(ଖବର ଦର୍ପଣ): ଦାନଗଦି-ବଙ୍ଗୋରକୋଟ ରାସ୍ତାର ଦାନଗଦି ଗାଁରେ ଶନିବାର ଅଦିନିଆ ବର୍ଷା ,ପବନ ଓ ଘଡଘଡିରେ ଏକ ବରଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଥିଲା।ରାସ୍ତା ପ୍ରାୟ ୩ଘଣ୍ଟା ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଉକ୍ତ ରାସ୍ତା ଟି ବ୍ୟସ୍ତ ବହୁଳ ହୋଇଥିବା ବେଳେ ଏହି ରାସ୍ତାରେ ପ୍ରାୟ ଏକାଧିକ ଜନସାଧାରଣ ଯାତାୟତ କରନ୍ତି।ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ ଟିକୁ କାଟି ରାସ୍ତା ସଫା କରିଥିଲେ।ବ୍ଲକ ରେ ଅଦିନିଆ ବର୍ଷା ,ପବନ ଓ ଘଡଘଡିରେ ଦାନଗଦି ବ୍ଲକରେ ଗଛ, ଘର ଓ ଗୋରୁ ଗାଈ ମୃତ ହୋଇଥିବା ନଜର ଆସିଛି।

About The Author