କୋଇଲା ଟ୍ରକରୁ ବାହାରିଲା ୧୩ ଶହ ପ୍ୟାକେଟ ଗଞ୍ଜେଇ

WhatsApp Image 2026-05-28 at 9.35.18 PM

କଣ୍ଟାମାଳ: ବୁଧବାର ବିଳମ୍ବିତ ରାତି ୩ ଟା ସମୟରେ ଫୁଲବାଣୀ ପାର୍ଶ୍ୱରୁ ଏକ ଟ୍ରକ୍ (ଏମପି ୦୯ ଏଚଏଚ ୪୮୭୮) କଣ୍ଟାମାଳ ଆଡ଼କୁ ଆସୁଥିବା ବେଳେ କଣ୍ଟାମାଳ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଉଦେପୁର ନିକଟରେ ଉକ୍ତ ଟ୍ରକରେ ଗଞ୍ଜେଇ ଥିବା ସନ୍ଦେହ କରି କଣ୍ଟାମାଳ ଥାନାକୁ ଆଣିଥିଲେ। ଆଜି ଶ୍ରମିକ ଓ ଜେଶିବି ମେସିନ ସହାୟତାରେ ଟ୍ରକରୁ କୋଇଲା ଖାଲି କଲାପରେ ସେଥିରୁ ପ୍ରାୟ ୧୩ ଶହ ଗୋଟି ଗଞ୍ଜେଇ ପ୍ୟାକେଟ ମିଳିଥିଲା। ଏହି ମାମଲାରେ ଟ୍ରକ୍ ଡ୍ରାଇଭର ସମେତ ୨ ଜଣକୁ ଗିରଫ କରି ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୁଚନା ମିଳିଛି। ଏ ସଂପର୍କରେ ଶୁକ୍ରବାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଥାନାଧିକାରୀ ବାସୁଦେବ ଭୋଇ ସୁଚନା ଦେଇଛନ୍ତି।

About The Author