ଅନ୍ତିମ ସଂସ୍କାର ଶୋଭାଯାତ୍ରା ଉପରେ ଗୁଳିଚାଳନା, ୨୭ ମୃତ

WhatsApp Image 2026-06-08 at 3.36.17 PM

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନୀ ସେନା ଏବଂ ସୁରକ୍ଷା ବାହିନୀ ନରସଂହାର ଘଟାଇଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନା ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛି। ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପିଓକେରେ ଉତ୍ତେଜନା ବୃଦ୍ଧି ପାଇଛି। ପିଓକେରେ ପ୍ରତିବାଦର ନେତୃତ୍ୱ ନେଉଥିବା ମିଳିତ ଆୱାମୀ କାର୍ଯ୍ୟକାରୀ କମିଟି (ଜେଏଏସି) ଅଭିଯୋଗ କରିଛି ଯେ, ରାୱାଲାକୋଟରେ ଏକ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ଏକାଠି ହୋଇଥିବା ଲୋକଙ୍କ ଉପରେ ସୁରକ୍ଷା ବାହିନୀ ଗୁଳି ଚଳାଇଛି। ମିଳିତ ଆୱାମୀ କାର୍ଯ୍ୟକାରୀ କମିଟି ଅନୁଯାୟୀ, ଶୁକ୍ରବାର ଦିନ ଶାହଜେବ ହବିବ ନାମକ ଜଣେ ପ୍ରତିବାଦକାରୀଙ୍କୁ ପାକିସ୍ତାନୀ ରେଞ୍ଜର୍ସମାନେ ହତ୍ୟା କରିଥିଲେ। କମିଟି ନେତାମାନେ କହିଛନ୍ତି ଯେ, ଶାହଜେବର ଅନ୍ତିମ ସଂସ୍କାର ପାଇଁ ଲୋକମାନେ ରାୱଲକୋଟର କମ୍ବାଇନ୍ ମିଲିଟାରୀ ହସ୍ପିଟାଲ ବାହାରେ ଏକତ୍ରିତ ହୋଇଥିଲେ। ଆୱାମୀ କାର୍ଯ୍ୟ କମିଟି ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପ୍ରତିବାଦ ସମୟରେ ଲୋକମାନେ ପାକିସ୍ତାନୀ ସେନା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ ଯେତେବେଳେ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ।

About The Author