September 11, 2026

ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା

WhatsApp Image 2026-08-12 at 6.55.01 PM

ଦାରିଙ୍ଗବାଡ଼ି,୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେ ବିଚାରପତିଙ୍କୁ ଚିକିତ୍ସା ପାଇଁ ଅନୁମତି ମାଗିବା ସହ ତାଙ୍କ ସାଥୀ ଓକିଲ ତାଙ୍କ ମାମଲାକୁ ଆଗକୁ ନେବା ପାଇଁ କହିଥିଲେ। ତୁରନ୍ତ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଓକିଲ ହେଲେ ଫୁଲବାଣୀ ସହର ଫୁଲବାଣୀ ସାହିର ପ୍ରୀତିରଞ୍ଜନ ପାତ୍ର (୫୭ )। ସେ ଏକ ଘରୋଇ ହିଂସା ମାମଲାର ସାକ୍ଷ୍ୟ ପ୍ରମାଣ ଦେଇ ମାମଲା ଲଢ଼ୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

About The Author