September 11, 2026

ଏମ୍‌କେସିଜି ମେଡିକାଲ କଲେଜ୍‌ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ପୁରୁଷ ହଷ୍ଟେଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ

mkcg

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଲାଇଫ୍‌ଲାଇନ୍‌ କୁହାଯାଉ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ମେଡିକାଲ କଲେଜ୍‌ ପରିସରରେ ଥିବା ନର୍ସିଂ ମହାବିଦ୍ୟାଳୟର ପୁରୁଷ ହଷ୍ଟେଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି।

ମେଡିକାଲ କଲେଜର ତଳ ମହଲାରେ ଥିବା କିଚେନ୍‌ ରୁମରେ ଗ୍ୟାସ୍‌ ପାଇପରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଠାରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଛି। ଉପସ୍ଥିତ ଥିବା ଛାତ୍ରମାନେ ଗ୍ୟାସ୍‌ର ଦୁର୍ଘନ୍ଧ ଜାଣିପାରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସ୍ୱତନ୍ତ୍ର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅନୁଷ୍ଠାନର ଅଗ୍ନି ନିର୍ବାପକ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ସହ ଅବଧି ସରି ଯାଇଥିବା ଜଣା ଯାଇଛି।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ପାଇଁ ଦକ୍ଷିଣ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏମ୍‌କେସିଜିରେ ଅଗ୍ନିକାଣ୍ଡ ଘଟଣା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ନିଆଁ ଲାଗିଛି। ବାରମ୍ବାର ସମାନ ପ୍ରକାର ଘଟଣା ଦେଖି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

About The Author