କେନ୍ଦୁଝରରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ମିଳିଛି

body

କେନ୍ଦୁଝର,୧୯ା୬: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଉପରରାଇଗୋଡ଼ା ପଞ୍ଚାୟତ ରଆମୁଣି ଗ୍ରାମର ଭରାଳି ସାହିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ତାଙ୍କ ନାମ ଶ୍ରୀକାନ୍ତ ମହାକୁଡ଼ (୬୫) ଓ ସେ ଜଣେ ଅଲେଖ ଧର୍ମାବଲମ୍ବୀ ବୋଲି ସୂଚନା ମିଳିଛି। କେହି ଦୁର୍ବୃତ୍ତଙ୍କ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରିଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳକୁ ଯାଇଛି।
ଶୁକ୍ରବାର ସକାଳୁ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛ। ଉକ୍ତ ସ୍ଥାନରେ ପହଞ୍ଚି ଯାଞ୍ଚ ପରେ କାରଣ ଜଣାପଡିବ ବୋଲି ଘଟଣାସ୍ଥଳକୁ ଯାଉଥିବା ସଦର ଥାନା ଅଧିକାରୀ ଅମିତ କୁମାର ଭୂୟାଁ କହିଛନ୍ତି।

About The Author