ଯାଜପୁରରେ ଶିଶୁ ଶ୍ରମିକ ଉଛେଦ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ଟାକ୍ସ ଫୋର୍ସ ଓ ସଚେତନତା ବୈଠକ ଅନୁଷ୍ଠିତ

WhatsApp Image 2026-06-19 at 8.24.29 PM

ଯାଜପୁର -ତା୧୯. ୦୬. ୨୦୨୬ ସରକାରୀ ନିର୍ଦ୍ଦେଶ ମୁତାବକ ଆଜି ଶିଶୁ ଶ୍ରମିକ ଉଛେଦ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସଭାପତିତ୍ବରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଶିଶୁ ଶ୍ରମିକ ଉଛେଦ ପାଇଁ ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ନିରାକରଣ ଓ ଉଛେଦ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ର ସଦସ୍ୟମାନେ ଆଲୋଚନା କରିଥିଲେ l ସମସ୍ତଙ୍କର ଏକମତ ଥିଲା ଯେ ଶିଶୁ ମାନଙ୍କୁ ବିଭିନ୍ନ କାର୍ଯ୍ୟସ୍ଥଳରେ ଶ୍ରମିକ ଭାବେ ନିୟୋଜନ କେବେ ବି ଗ୍ରହଣୀୟ ନୁହେଁ ଏବଂ ଏହା ସମାଜ ବିରୋଧୀ l ହାତରେ ଖଡି ସିଲଟ ଖାତା କଲମ ଧରିବା ବଦଳରେ କୋଡି କୋଦାଳ ଧରି କାମକୁ ଯିବାରୁ ବିରତ ରହିବା ପାଇଁ ଯଥା ସମ୍ଭବ ସମସ୍ତଙ୍କର ସହଯୋଗ ଓ ସହଭାଗିତା ରହିବା ଆବଶ୍ୟକ l ସିଏ ବାପା ମାଆ ହୁଅନ୍ତୁ କି ସଂସ୍ଥାର ମାଲିକ ହୁଅନ୍ତୁ କିମ୍ବା ସରକାରୀ ଓ ବେସରକାରୀ ଏଜେନ୍ସି ହୁଅନ୍ତୁ, ସମସ୍ତଙ୍କର ହସ୍ତକ୍ଷେପ ରେ ହିଁ ଶିଶୁ ଓ କିଶୋର ଶ୍ରମିକ ମାନଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ଗଢା ଯାଇପାରିବ l ଉକ୍ତ ସଚେତନତା ତଥା ଟାସ୍କ ଫୋର୍ସ ବୈଠକରେ ସମସ୍ତ ସଦସ୍ୟ ସେମାନଙ୍କର ମତ ରଖିବା ସହିତ ଜିଲ୍ଲା ସାରା ପ୍ରାପ୍ତ ସୂଚନା ଅନୁସାରେ ଟାସ୍କ ଫୋର୍ସ ର ଏକାଧିକ ଦଳ ସହକାରୀ ଶ୍ରମ ଅଧିକାରୀଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କାର୍ଯ୍ୟସ୍ଥଳରେ ରେଡ କରି ଆବଶ୍ୟକୀୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ର ସଦସ୍ୟ ଆବାହକ ତଥା ଜିଲ୍ଲା ଶ୍ରମ ଅଧିକାରୀ,ଯାଜପୁର ଶ୍ରୀ ସୁଧୀର କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ l ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ସାହୁ,ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ,ଯାଜପୁର ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ,ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଶ୍ରୀ ଦିବ୍ୟ ଭୂଷଣ ମହାନ୍ତି,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର,ଯାଜପୁର ଟାଉନ ଥାନାର ଅତିରିକ୍ତ ପୋଲିସ ଇନ୍ସପେକ୍ଟର ଶ୍ରୀ ଭୁବନ ମୋହନ ସେଠୀ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ l କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମ୍ପାଦନ କରିବାରେ ଜିଲ୍ଲା ର ସରକାରୀ ଶ୍ରମ ଅଧିକାରୀ ମାନେ ଯଥା ଦେବାଶିଷ ଜେନା,ସୁଶ୍ରୀ ସଙ୍ଗୀତା ସ୍ଵାଇଁ,ସୌମ୍ୟ ରଞ୍ଜନ ବେହେରା,ଶତାବ୍ଦୀକା ନାୟକ,ଶତରୂପା ସାହୁ,ନୀଳିମା କୁମାରୀ ନାୟକ ପ୍ରମୂଖ ସହଯୋଗ କରିଥିଲେ l ସଭାକୁ ପରିଚାଳନା କରିଥିଲେ ସହକାରୀ ଶ୍ରମ ଅଧିକାରୀ ରଚନା ସେଠି ଓ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ l ଉକ୍ତ ସଚେତନତା କାର୍ଯ୍ଯକ୍ରମରେ ଚାଇଲ୍ଡ ଲାଇନ,ରୁଚିକା ଓ ଆସପାୟାର ଏନଜିଓ ର କର୍ମକର୍ତ୍ତା,ଶିଶୁ ଅଧିକାର କର୍ମୀ,ବିଭିନ୍ନ ୟୁନିଅନର କର୍ମକର୍ତ୍ତା,ପାରା ଲିଗାଲ ଭଲୁଣ୍ଟିଅର,ବିଭିନ୍ନ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ l

About The Author