September 11, 2026

ଏପ୍ରିଲ ୧୭ ଅର୍ଥାତ୍ ଶୁକ୍ରବାର ସୁନା ଦାମ୍ କମ୍ ହୋଇଛି।

gold

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଖବର। କମିଲା ସୁନା ଦର। ଏପ୍ରିଲ ୧୭ ଅର୍ଥାତ୍ ଶୁକ୍ରବାର ସୁନା ଦାମ୍ କମ୍ ହୋଇଛି। ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୫୪,୨୦୦ ଟଙ୍କା ରହିଛି। ଗତକାଲି ୧,୫୫,୫୭୦ ଟଙ୍କା ଥିଲା। ଏଥିରେ ୧,୩୭୦ ଟଙ୍କା କମିଛି। ୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୪୧,୩୫୦ ଟଙ୍କା ରହିଛି। ଗତକାଲି ୧,୪୨,୬୦୦ ଟଙ୍କା ଥିଲା। ଏଥିରେ ୧,୨୫୦ ଟଙ୍କା ହ୍ରାସ ହୋଇଛି।
୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫,୬୫୦ ଟଙ୍କା ରହିଛି। ଗତକାଲି ୧,୧୬,୬୮୦ ଥିଲା। ଏଥିରେ ୧,୦୩୦ ଟଙ୍କା ହ୍ରାସ ହୋଇଛି।
ସେହିପରି ରୁପା ଦାମରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ୧୦୦ ଗ୍ରାମ୍ ରୁପା ଦାମ ୨୭,୫୦୦ ଟଙ୍କା ରହିଛି।

About The Author