ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବଡ଼ ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଇଛି

WhatsApp Image 2026-04-23 at 5.46.56 PM (1)

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବଡ଼ ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଇଛି। ସିଲିଗୁଡ଼ିର ଗୋଟିଏ ସ୍ଥାନ ଓ ମୁର୍ଶିଦାବାଦର ଦୁଇଟି ସ୍ଥାନରେ ଟିଏମସି, ବିଜେପି ଓ ଏଜେୟୁପି କର୍ମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲୁଥିବା ସମୟରେ ଶାସକ ଟିଏମସି, ବିରୋଧୀ ବିଜେପି ଓ ହୁମାୟୁନ କବୀରଙ୍କ ଦଳ ଏଜେୟୁପି ମଧ୍ୟରେ ସଂଘର୍ଷ, ହିଂସା ଦେଖାଦେଇଛି। ସିଲିଗୁଡ଼ି ଓ ମୁର୍ଶିଦାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି। ଫଳରେ ଘଟଣାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରି ଯାଞ୍ଚ କରିଛନ୍ତି। ଘଟଣା ଅନୁସାରେ, ସିଲିଗୁଡ଼ିର ଏକ ମତଦାନ କେନ୍ଦ୍ର ବାହାରେ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ପରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀମାନେ ହସ୍ତକ୍ଷେପ କରି ଶାନ୍ତି ଫେରାଇ ଆଣିବା ପାଇଁ ଭିଡ଼କୁ ଘଉଡ଼ାଇ ଦେଇଥିଲେ।

About The Author