September 10, 2026

ବିଶ୍ୱସନୀୟ ପ୍ରମାଣରେ ଦୀର୍ଘ ୨୨ ବର୍ଷ ଜେଲ୍‌ରେ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦୋଷରେ ଖଲାସ

supremcourt

କୋରାପୁଟ: ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାର ବ୍ୟାପକ ବିଫଳତା ଉପରେ ସୁପ୍ରିମକୋର୍ଟ ଏକ ଗମ୍ଭୀର ଟିପ୍ପଣୀ ଦେଇଛନ୍ତି। କେବଳ ସନ୍ଦେହ ଆଧାରରେ ଗିରଫ ହୋଇ ନିର୍ଯାତନାର ସମ୍ମୁଖୀନ ହେବା ଏବଂ ବିନା କୌଣସି ବିଶ୍ୱସନୀୟ ପ୍ରମାଣରେ ଦୀର୍ଘ ୨୨ ବର୍ଷ ଜେଲ୍‌ରେ କାଟିଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଷ୍ଟିସ୍‌ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ କରିବା ସହ ଅଦାଲତଗୁଡ଼ିକର ଏଭଳି ମିଳିତ ବିଫଳତା ଯୋଗୁଁ ଜଣେ ନିରୀହ ମଣିଷ ଜୀବନରୁ ୨୨ ବର୍ଷ ସମ୍ପୂର୍ଣ୍ଣ ଭାବେ ଲିଭିଗଲା ବୋଲି ଦର୍ଶାଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୨୦୦୪ ମସିହାରେ ନବରଙ୍ଗପୁରରେ ଘଟିଥିବା ଏକ ଟ୍ରିପଲ୍‌ ମର୍ଡର ମାମଲାରେ ଗିରଫ ହୋଇ ୨୨ ବର୍ଷ ଧରି ଜେଲ୍‌ରେ ଥିବା ଅର୍ଜୁନ ଜାନିଙ୍କୁ ଦୋଷମୁକ୍ତ କରିଛନ୍ତି ସ‌ର୍ବୋଚ୍ଚ ଅଦାଲତ। ଏଥିସହିତ ଜିଲ୍ଲା ପ୍ରଶାସନ ପୁନର୍ବାସ ଯୋଜନାରେ ତାଙ୍କୁ ଥଇଥାନ କରିବା ସହ ସମାଜରେ ଶୃଙ୍ଖଳିତ ଜୀବନଯାପନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଗତ ମେ’ ମାସରେ ଅର୍ଜୁନ ଜାମିନରେ ଘରକୁ ଯାଇଥିବା କୋରାପୁଟ ମଣ୍ଡଳ କାରାଗାର ଅଧୀକ୍ଷକ କୁଆଁର ମାରାଣ୍ଡି କହିଛନ୍ତି।

About The Author