ଆକ୍ସନ ମୋଡରେ ପୁରୀ ପୁଲିସ

WhatsApp Image 2026-05-31 at 6.14.09 PM

ପୁରୀ:ଆକ୍ସନ ମୋଡରେ ପୁରୀ ପୁଲିସ। ରାଜ୍ୟରେ ଦିନକୁ ଦିନ ଅପରାଧୀମାନେ ଅପରାଧ ଘଟାଉଛନ୍ତି। ନା ସେମାନଙ୍କ ଭିତରେ ପୁଲିସ ଭୟ ଅଛି। ଅପରାଧ ଘଟାଉଥିବ ଅପରାଧୀମାନଙ୍କ ପାଇଁ ଚିନ୍ତାରେ ପୁଲିସ।। ଘାଇଲା ହେଲା କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ ଚନ୍ଦନ। ବାସେଳୀ ସାହି ଥାନା ପୋଲିସ ପକ୍ଷରୁ ଗତକାଲି ରାତିରେ ଓଁକାରେଶ୍ବର ନିକଟରେ ଏନକାଉଣ୍ଟର କରାଯାଇଥିଲା। ଚନ୍ଦନର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଅଭିଯୁକ୍ତ ଚନ୍ଦନ ଜେନା ଜଣେ ପେଶାଦାର ଅପରାଧୀ। ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି। ଚନ୍ଦନର ଘର କୋଣାର୍କ ହାତଦଣ୍ଡା ଅଞ୍ଚଳରେ ହୋଇଥିବାବେଳେ ତା ନାଁରେ ଭୁବନେଶ୍ୱର, ପୁରୀ, କୋଣାର୍କ ଆଦି ଅଞ୍ଚଳରେ ୩୦ରୁ ଅଧିକ ମାମଲା ରହିଛି। ଏକାଧିକ ହାଇୱେ ଲୁଟରେ ସାମିଲ ଥିଲା ଚନ୍ଦନ। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ସିଟି ଡିଏସପି ସୂଚନା ଦେଇଛନ୍ତି।

About The Author