September 10, 2026

ବୈଭବଙ୍କ ବୟସ ଚର୍ଚ୍ଚା

WhatsApp Image 2026-05-29 at 4.32.10 PM

ଚଣ୍ଡିଗଡ଼:ପ୍ରକୃତରେ କ’ଣ ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ୧୫ ବର୍ଷ? ରାଜସ୍ଥାନ ରୟାଲ୍‌ସ ବିପକ୍ଷ କ୍ବାଲିଫାୟର-୨ ମୁକାବିଲା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଗୁଜରାଟ ଟାଇଟାନ୍‌ସର ସହକାରୀ ପ୍ରଶିକ୍ଷକ ପାର୍ଥିବ ପଟେଲ। ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ୱିକେଟ୍‌ ରକ୍ଷକ ପାର୍ଥିବ କ୍ଷୁବ୍‌ଧ ହୋଇ ଯାଇଥିଲେ।ଏପରି ଆଲୋଚନା ବନ୍ଦକରିବା ସହ ଆଗକୁ ଏହି ପ୍ରଶ୍ନ ତାଙ୍କୁ ନ ପଚାରିବା ପାଇଁ ଅନୁରୋଧ କରିଥିଲେ ପାର୍ଥିବ। ଏଲିମିନେଟରରେ ୨୯ ବଲ୍‌ରୁ ୯୭ ରନ୍‌ କରି ରାଜସ୍ଥାନକୁ ବିଜୟୀ କରିଛନ୍ତି ସୂର୍ଯ୍ୟବଂଶୀ। ୧୫ଟି ମ୍ୟାଚ୍‌କୁ ୨୪୩ ଷ୍ଟ୍ରାଇକ୍‌ରେଟ୍‌ରେ ସେ ସର୍ବାଧିକ ୬୮୦ ରନ୍‌ କରିଛନ୍ତି। ୨୦୨୪ ନଭେମ୍ବରରେ ୧୩ ବର୍ଷ ବୟସ୍କ ବୈଭବଙ୍କ ଆଇପିଏଲ୍‌ ଚୁକ୍ତି ପରେ ତାଙ୍କ ବୟସକୁ ନେଇ ଚର୍ଚ୍ଚା ହୋଇଥିଲା। ଫଳରେ କୌଣସି ବୟସ ଜାଲିଆତି ହୋଇନାହିଁ ବୋଲି ତାଙ୍କ ବାପାଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲେ। ତେଣୁ ସାମ୍ବାଦିକଙ୍କ ପାର୍ଥିବ କହିଛନ୍ତି, ସୂର୍ଯ୍ୟବଂଶୀ ଅସାଧାରଣ ପ୍ରତିଭା ବୋଲି ସ୍ବୀକାର କରନ୍ତୁ; ବୟସ କଥା ଉଠାନ୍ତୁ ନାହିଁ। ଆମେ ପ୍ରତିପକ୍ଷ ଦଳ ହେଲେ ମଧ୍ୟ ଯେପରି ସେ ବ୍ୟାଟିଂ କରୁଛନ୍ତି; ଦେଖିବାକୁ ବହୁତ ଭଲ ଲାଗୁଛି। ତାଙ୍କ ବୟସକୁ ନେଇ ଆଲୋଚନା କରିବା ଅନୁଚିତ। ଏହା ବନ୍ଦହେଉ। ସେ ଜଣେ ଅନ୍ୟନ୍ୟ ପ୍ରତିଭା।

About The Author