September 11, 2026

ରିଜର୍ଭ ବ୍ୟାଙ୍କ ଦିଲ୍ଲୀ କୋଠାରେ ଅଗ୍ନିକାଣ୍ଡ

rbi

ନୂଆଦିଲ୍ଲୀ: ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କୋଠାରେ ଅଗ୍ନିକାଣ୍ଡ ଘଟିଛି। ସୋଲାର ପ୍ୟାନେଲ୍‌ ସହ ଯୋଡ଼ି ହୋଇଥିବା ଏକ ବାକ୍ସରୁ ପ୍ରଥମେ ନିଆଁ ବାହାରିଥିଲା। ଦିଲ୍ଲୀ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଅଗ୍ନିକାଣ୍ଡ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଅପରାହ୍ନ ୧ ଟା ୫ ମିନିଟ୍‌ରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ପାଞ୍ଚଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ପନ୍ଦର ମିନିଟ୍‌ ଭିତରେ ନିଆଁ ଲିଭିଯାଇଥିଲା।

About The Author