ମନ୍ତେଇ ନଈରେ ଅଘଟଣ

WhatsApp Image 2026-06-18 at 1.46.46 PM

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ତେଇ ନଈର ବାଲିଆପାଳ ଘାଟରେ ଅଘଟଣ। ଡଙ୍ଗାରେ ନଦୀପାର ବେଳେ ପଡିଯାଇ କମ୍ପାନୀର ଜଣେ ଅସ୍ଥାୟୀ କର୍ମଚାରୀ ନିଖୋଜ ହୋଇଯାଇଛି। ଦୁଇ କର୍ମଚାର ଉଦ୍ଧାର ହୋଇଛନ୍ତି। ନିଖୋଜ କର୍ମଚାରୀ ବିଜୟ ବେହେରା। ବିଜୟ ବାଶଂଡା ଥାନା ଜଶିପୁର ଗାଁର ଚକ୍ରଧର ବେହେରାଙ୍କ ପୁଅ ବୋଲି ସୂଚନା ମିଳିଛି। ବିଜୟ ଏହି କମ୍ପାନୀରେ ଫଟୋଗ୍ରାଫର ଭାବେ କାମ କରୁଥିଲା। ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ ଜାରିରହିଥିଲେବି ନିଖୋଜ ଯୁବକର ସନ୍ଧାନ ମିଳିନି।ବିକେମ ଇନଫ୍ରା ନାମକ କମ୍ପାନୀ ବଳିଆ ପାଳରେ ପୋଲ ନିର୍ମାଣ କାମ କରୁଛି। ଏହି କମ୍ପାନୀରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଅସ୍ଥାୟୀ ଭାବେ କରୁଥିଲେ। ଆଜି ସକାଳ ଏକ କାଠ ଦଙ୍ଗାରେ କିଛି ରଡ଼ ସହ କେତେକ କର୍ମଚାରୀ ନଦୀର ଆରପାଖକୁ ଯାଉଥିଲେ। ନଦୀ ମଝିରେ ଡଙ୍ଗାଟିର ଦଉଡି ରଡ଼ରେ ଲାଗି ଭାରସାମ୍ୟ ହରାଇବାରୁ ବିଜୟ ସହ ତିନି ଜଣ ନଦୀକୁ ଖସି ପଡ଼ିଥିଲେ। ସାଥିମାନେ ଦୁଇ ଜଣଙ୍କୁ ଦଉଡି ପକାଇ ଉଧାରକରି ଥିଲେବି ବିଜୟ ସୁଅରେ ଭାସିଯାଇ ନିଖୋଜ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକ, ଚାନ୍ଦବାଲି ବାସୁଦେବପୁର ଅଗ୍ନିଶମ ବିଭାଗ କର୍ମଚାରୀ ନଈରେ ଖୋଜାଖୋଜି କରିଥିଲେବି ନିଖୋଜ ବିଜୟର ପିତା ମିଳିନି

About The Author