September 11, 2026

ନିଟ୍‌-ୟୁଜି ୨୦୨୬ର ପୁନଃ ପରୀକ୍ଷା ଆସନ୍ତା ୨୧

WhatsApp Image 2026-06-09 at 10.19.09 AM

ନୂଆଦିଲ୍ଲୀ: ନିଟ୍‌-ୟୁଜି ୨୦୨୬ର ପୁନଃ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି। ମେ’ ମାସରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ଏହାକୁ ପୁନର୍ବାର କରାଯାଉଛି। ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନେକ ନୂଆ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଓ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧ (ଆଇସୋଲେସନ)ରେ ରଖାଯାଇଛି।

About The Author