ଇନ୍ଦିରାଗାନ୍ଧୀ ମହିଳା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନରେ କିରଣଜ୍ୟୋତି ଟପର ,+୨କାଳରେ ଗାୟତ୍ରୀ ରଣା ଟପର

WhatsApp Image 2026-05-21 at 9.37.44 PM

କଳିଙ୍ଗ ନଗର ୨୧/୦୫/୨୬: ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଇନ୍ଦିରାଗାନ୍ଧୀ ମହିଳା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ବାର୍ଷିକ ପରୀକ୍ଷାରେ ୨୮୭ ଛାତ୍ରୀ ପାସ କରିଛନ୍ତି। +୨ବିଜ୍ଞାନରେ ୩୦୯ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୧୭ ଜଣ ଉତ୍ତୀର୍ଣ୍ଣ , ଦ୍ବିତୀୟ ଶ୍ରେଣୀରେ ୭୦ଛାତ୍ରୀ ଉତ୍ତୀର୍ଣ୍ଣ , ତୃତୀୟ ଶ୍ରେଣୀରେ
୧୦୦ଛାତ୍ରୀ ଉତ୍ତୀର୍ଣ୍ଣ ଓ ସେହିପରି କଳାରେ ସମୁଦାୟ ଛାତ୍ରୀ ସଂଖ୍ୟା ୮୨ ପରୀକ୍ଷା ଛାତ୍ରୀଙ୍କ ମଧ୍ୟରୁ ୪୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ , ୨୬ଛାତ୍ରୀ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ , ୪ଛାତ୍ରୀ ତୃତୀୟ
ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟରେ ଛାତ୍ରୀ ବିଜ୍ଞାନରେ କିରଣ ଜ୍ୟୋତି ନାୟକ ଟପର ସର୍ବୋଚ୍ଚ ୫୯୨ (୯୮.୬୬% ) ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ କାଳରେ ଗାୟତ୍ରୀ ରଣା ଟପର ସର୍ବୋଚ୍ଚ ୫୪୧ (୯୦.୧୬% ) ପ୍ରତିଶତ
ହାସଲ କରିଛନ୍ତି। ଏହି ସଫଳତା ପାଇଁ ଇନ୍ଦିରାଗାନ୍ଧୀ ମହିଳା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡ଼ ହୀରଣ୍ମୟୀ ମିଶ୍ର ତଥା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି।

About The Author