ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହତାବ ଭବନ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ହେଉଥିବା ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହାଅଭିଯାନ ଗତ ୯ ତାରିଖ ଉଦଘାଟନୀ ହୋଇଥିବା ବେଳେ ୧୦ ତାରିଖ ରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଏସଟି ମୋର୍ଚ୍ଚା ରାଜ୍ଯ ସମ୍ପାଦିକା ମିଥିଳା ଟୁଡୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତ, ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନବୀନ ରାମ, ରାଇରଙ୍ଗପୁର ନଗର ସଭାପତି ସୁନୀଲ କୁମାର ମହାନ୍ତ (ସୁନ୍ଦର ଭାଇ) ଓ ଯୁବମୋର୍ଚ୍ଚା ରାଜ୍ଯ ଉପସଭାପତି ଆଲୋକ ରଂଜନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ l ସଭାପ୍ରାରମ୍ଭରେ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ଅତିଥିଗଣ ମହାନ ଜନନାୟକ ଶ୍ଯାମପ୍ରସାଦ ମୁଖାଜୀ, ଦୀନଦୟାଲ ଉପାଧ୍ଯାୟ, ଅଟଳବିହାରୀ ବାଚପେୟୀ ଓ ଭାରତମାତାଙ୍କ ଫଟୋଚିତ୍ରରେ ଧୂପ ଓ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l
ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ନିଜ ବକ୍ତବ୍ଯରେ ଆଗାମୀ ଦିନରେ ପଞ୍ଚାୟତ ଏବଂ ମ୍ଯୁନିସିପାଲିଟି ନିର୍ବାଚନ ପାଖେଇ ଆସୁଥିବାରୁ ଭାରତୀୟ ଜନତା ପାର୍ଟିକୁ ସୁଦୁଢ ଓ ମଜବୁତ କିପରି କରାଯାଇପାରିବ, ତାହା ସମସ୍ତଙ୍କୁ ବୁଝାଇଥିଲେ l ମୁଖ୍ଯଅତିଥି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ନିଜ ଭାଷଣରେ ୨୦୩୬ ସୁଦ୍ଧା ଭାରତକୁ ବିକାଶଶୀଳ ରାଷ୍ଟ୍ରରେ ଗଠନ କରିବା ସ୍ବପ୍ନ ମାନ୍ଯବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀ ଲକ୍ଷ୍ଯ ରଖିଛନ୍ତି l ପୁଣି ଓଡିଶା ବିକଶିତ ଓଡିଶାରେ ଗଠନ ହେବାକୁ ଯାଉଛି l ଭାରତୀୟ ଜନତା ପାର୍ଟି ନାରୀମାନଙ୍କର ସମ୍ମାନ ଠାରୁ ଆରମ୍ଭ କରି ସହରରେ ବିଭିନ୍ନ ପ୍ରକାର ବିକାଶର ଛାପ ଦେଖାଇପାରିଛି l ଯେପରି ହରଘର ଜଳ ଯୋଜନା, ଜନଧନ ଯୋଜନା, ପିଏମ ଆବାସ ଯୋଜନା, ପିଏମ ସୂର୍ଯ୍ଯଘର ଯୋଜନା, ପିଏମ କିଷାନ ଇତ୍ଯାଦି ବିଭିନ୍ନ ପ୍ରକାର କଲ୍ଯାଣକାରୀ ଯୋଜନା ହାତକୁ ନେଇଛି l ତେଣୁ ଦଳକୁ ଏବେ ଠାରୁ ସୁଦୁଢ ଓ ସଶକ୍ତ କରିବା ନିତାନ୍ତ ଆବଶ୍ଯକ l ଏହି ଅବସରରେ ଭାରତୀୟ ଜନତା ଦଳର ପୁରୁଖା ନେତା ସୁରତ ପଟ୍ଟନାୟକ ତଥା ଏବେ ସେ ରାଜ୍ଯ ସରକାରଙ୍କ ଶିଶୁ କଲ୍ଯାଣକାରୀ କମିଟୀ ସଦସ୍ଯ ରୂପେ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ବାଗତ ଓ ସମ୍ଭର୍ଦ୍ଧିତ କରାଯାଇଥିଲା l ପରିଶେଷରେ ଜାତୀୟ ସଂଗୀତ ଜନଗଣମନ ଅଧୀନାୟନ ସଂଗୀତ ଗାନ କଲାପରେ ସଭା ସାଙ୍ଗ କରାଯାଇଥିଲା l ଉକ୍ତ ଭବ୍ଯ ସଭାକୁ ଯୁବମୋର୍ଚ୍ଚା ରାଜ୍ଯ ଉପସଭାପତି ଆଲୋକ ରଂଜନ ମହାନ୍ତ ସଭା ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ l ଉକ୍ତ ବୈଠକରେ ଭଦ୍ରକ ପ୍ରଭାରୀ ସଂଦୀବ ମହାନ୍ତି, ପୂର୍ବତନ କାଉସିଲର ଆବିଦ ଅଲ୍ଲୀ ହୁସେନ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କୁମାର ମହାନ୍ତ, ସାଂସଦ ପ୍ରତିନିଧି ମନୋଜ ଦାସ, ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ପ୍ରଦୀପ ରାଉତ, ନିରୂପମା ମୁର୍ମୁ, ଜିଲ୍ଲା କପୋରେଟିଭ ସେଲ କନଭେନର ଗୁରୁବା ମୁର୍ମୁ, ବରିଷ୍ଠ ନେତା ଶିବ କୁମାର ଅଗ୍ରଓ୍ବାଲ, କାଉସିଲର ଦେବାଶିଷ ନାଏକ, କର୍ମୀ ସତ୍ଯଜିତ ମାଟିଆ, ମହିଳାନେତ୍ରୀ ରାନୀ ମଣ୍ଡଳ ଓ ମଞ୍ଜୁଲତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଏଥିସହିତ ବାମନଘୀଟୀ ଉପଖଣ୍ଡର ବିଭିନ୍ନ ବ୍ଲକରୁ ବହୁ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ l
