September 10, 2026

ଇରାନ ଉପରେ ପୁଣି ଆମେରିକାର ଆକ୍ରମଣ

iran

ୱାସିଂଟନ: ଇରାନ ଉପରେ ଆମେରିକା ଆକ୍ରମଣ ଜାରି ରଖିଛି। ଏବେ ପୁଣି ଥିରେ ଆମେରିକୀୟ ସେନା ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକୀୟ ଅଧିକାରୀମାନେ ବୁଧବାର କହିଛନ୍ତି ଯେ ଆମେରିକୀୟ ସେନା ରାତିସାରା ଏକ ପ୍ରମୁଖ ଇରାନୀ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲେ, ଯାହାକୁ ହରମୁଜ ପ୍ରଣାଳୀରେ ଆମେରିକୀୟ ସାମରିକ ଘାଟି ଏବଂ ବାଣିଜ୍ୟିକ ଜାହାଜ ପାଇଁ ବିପଦ ବୋଲି ବିବେଚନା କରାଯାଉଥିଲା। ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ରଏଟର୍ସଙ୍କୁ କହିଛନ୍ତି ଯେ ଆମେରିକୀୟ ସେନା ଇରାନୀ ଘାଟିକୁ ଟାର୍ଗେଟ କରିଥିଲା ​​ଏବଂ ଅନେକ ଇରାନୀ ଡ୍ରୋନକୁ ମଧ୍ୟ ଅଟକାଇ ଖସାଇ ଦେଇଥିଲା।

About The Author