ଇଞ୍ଜେକସନ୍ ନେଲା ନାବାଳକର ଜୀବନ

WhatsApp Image 2026-04-26 at 2.27.03 PM (1)

ବାସୁଦେବପୁର: ଭୁଲ ଇଞ୍ଜେକସନ୍ ନେଲା ନାବାଳକର ଜୀବନ। ଏହାର ପ୍ରତିବାଦରେ ଡାକ୍ତରଖାନାରେ ଭଙ୍ଗାରୁଜ୍ଜା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ। ମୃତକ ପଦ୍ମପୁର ମେଳକସହି ଗାଁର ଦେଵକାନ୍ତ ବାରିକଙ୍କ ପୁଅ ରକି ବାରିକ ( ୧୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ରକି ଆଜି ସାଙ୍ଗ ମାନଙ୍କ ସହ ଖେଳୁଥିବାବେଳେ ଆଣ୍ଠୁ ପାଖରେ ଏକ ବାଉଁଶ କଣ୍ଟା ପଶି ଯାଇଥିଲା। ପରିବାର ଲୋକେ ତାକୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା କରାଇଥିଲା। ଡ୍ରେସିଂ ପରେ ତାକୁ ଡ଼ାକ୍ତରଙ୍କ ପରାମର୍ଶରେ ଇଞ୍ଜେକସନ୍ ଦିଆଯାଇଥିଲା ।ମାତ୍ର ଇଞ୍ଜେକସନ୍ ନେବାର ଖୁବ କମ ସମୟ ମଧ୍ୟରେ ରକିର ମୃତ୍ୟୁ ହୋଇଥିଲା। ଭୁଲ ଇଞ୍ଜେକସନ୍ ପାଇଁ ପୁଅର ଜୀବନ ଯାଇଥିବା ଅଭିଯୋଗ କରି ପରିବାର ଲୋକେ ଏବଂ ସମ୍ପର୍କୀୟ ମାନେ ଉତ୍ତେଜିତ ହୋଇଥିଲେ। ଏବଂ ଡାକ୍ତରଖାନାରେ ଭଙ୍ଗା ରୁଜା କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିବାକୁ ଉଦ୍ୟମ କରିଛି। ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି।

About The Author