୨୧ରେ କେନ୍ଦ୍ରୀୟ ଆୟୁରର୍ବେଦ ଅନୁସନ୍ଧାନ ସଂସ୍ଥାନ, ଭୁବନେଶ୍ୱର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ

WhatsApp Image 2026-06-20 at 6.33.11 PM

ଭୁବନେଶ୍ୱର,୨୦/୬(ନି.ପ୍ର) : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଆୟୁରର୍ବେଦୀୟ ବିଜ୍ଞାନ ଅନୁସନ୍ଧାନ ପରିଷଦର ଏକ ପ୍ରତିଷ୍ଠାନ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ୨୦୧୬ ଅତ୍ୟନ୍ତ ଉତ୍ସାହର ସହ ସମସ୍ତ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସର୍ବସାଧାରଣଙ୍କ ସକ୍ରୀୟ ସହଭାଗିତାରେ ପାଳିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ବିଏମସିର ଉପ-ନଗରପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଗୌରବ ବଢାଇବେ । ଏହି ଅବସରରେ ସାଧାରଣ ଯୋଗ ନିୟମାବଳୀ ଉପରେ ଆଧାରିତ ଏକ ଗଣ ଯୋଗ ପ୍ରଦର୍ଶନ ଅନୁଷ୍ଠିତ ହେବ । ଯାହା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କଲ୍ୟାଣକୁ ପ୍ରୋତ୍ସାହିତ କରିବାରେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିବ ।

ସିଏଆରଆଇ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଡା.ଏମ.ଏମ.ରାଓ ପ୍ରକାଶ କରିଛନ୍ତି ଯେ, ଯୋଗ ଏବଂ ଆୟୁର୍ବେଦ ହେଉଛି ପରସ୍ପରର ପରିପୂରକ ବ୍ୟବସ୍ତା, ଯାହା ସ୍ୱାସ୍ଥ୍ୟର ଉନ୍ନତି ରୋଗ ପ୍ରତିରୋଧ ଏବଂ ସୁସ୍ଥ ଜୀବନଯାପନ ପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିଥାଏ । ରୋଗ ପ୍ରତିରୋଧକ ସ୍ୱାସ୍ଥ୍ୟ ରକ୍ଷା, ମାନସିକ ଚାପ ପରିଚାଳନା ଏବଂ ଜୀବନଶୈଳୀର ସଂଶୋଧନରେ ଯୋଗର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅଂଶଗ୍ରହଣକାରୀମାନେ ସାମୂହିକ ଭାବେ ସାଧାରଣ ଯୋଗ ନିୟମାବଳୀ ଅନୁଯାୟୀ ଯୋଗାଭ୍ୟାସ କରିବେ ଏବଂ ଏକ ସୁସ୍ଥ ତଥା ଶୃଙ୍ଖଳିତ ଜୀବନଶୈଳୀ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇବେ । ଉକ୍ତ କାର୍ଯ୍ୟକ୍ରମ ସିଏଆରଆଇ ଭୁବନେଶ୍ୱର ଅନୁସନ୍ଧାନ ଅଧିକାରୀ ଡା.ସୁସ୍ମିତ ଓତା ସମନ୍ୱୟ କରୁଛନ୍ତି ।

About The Author